Odisha Link
Bridging the Missing Links in Odisha

ନାବାଳିକା ଝିଅକୁ ବିକ୍ରି କରୁଥିଲା ମା’, ଅଭିଯୋଗ ପରେ ହେଲା ଉଦ୍ଧାର

ରାଉରକେଲା: ନାବାଳିକା ଝିଅକୁ ବିକ୍ରି କରୁଥିଲା ମା’। ୧୩ ବର୍ଷର ନାବାଳିକାକୁ ବାହା କରି ଦୁବାଇ ପଠେଇବା ଯୋଜନା କରୁଥିଲା ମା’। ବାପାଙ୍କ ଅଭିଯୋଗ ପରେ ନାବାଳିକା ଝିଅକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ସ୍ବେଛାସେବୀ। ଏଭଳି ମାମଲା ସୁନ୍ଦରଗଡ ଜିଲ୍ଲା ରାଉରକେଲା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ମୁତାବକ, ରାଉରଜେଲା ପ୍ଲାଣ୍ଟସାଇଟ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ଏହି ଘଟଣା ଘଟିଛି। ସବୁଠାରୁ ବଡ କଥା ହେଉଛି ଯେ, ଝିଅକୁ ବିକ୍ରି କରିବାର ଯୋଜନା କରୁଥିଲା ମାଆ। ସୋମବାର ନାବାଳିକାକୁ ବାପାର ଅନୁପସ୍ଥିତରେ ମାଆ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକ ସହ ମନ୍ଦିର ସମ୍ମୁଖରେ ଫୁଲ ମାଲ ସିନ୍ଦୁର ଦେଇ ଝିଅକୁ ବିବାହ କରୁଥିଲା। ଏହାପରେ ଝିଅକୁ ଦୁବାଇ ପଠେଇବା ପାଇଁ ଉଦ୍ୟମ କରିବା ସମୟରେ ସବୁ ଫସର ଫାଟିଗଲା।

ନାବାଳିକାର ବାପା ମହିଳା ସ୍ୱେଚ୍ଛା ସେବୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ଝିଅକୁ ପୋଲିସ ହେପାଜତରେ ଦେବା ସହ ମହାରାଷ୍ଟ୍ର ଯୁବକଙ୍କୁ ପ୍ଲାଣ୍ଟସାଇଟ୍ ଥାନାରେ ଅଟକ ରଖାଯାଇଛି। ନାବାଳିକା ଝିଅକୁ ଚାଇଲଡ଼ଲାଇନକୁ ହସ୍ତାନ୍ତର କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.