Odisha Link
Bridging the Missing Links in Odisha

ସରକାରଙ୍କୁ ଘେରିବାକୁ ରାହୁଲଙ୍କ ବ୍ରେକଫାଷ୍ଟ ପଲିଟିକ୍ସ

ନୂଆଦିଲ୍ଲୀ: ସରକାରଙ୍କୁ ଘେରିବାକୁ ରାହୁଲଙ୍କ ବ୍ରେକଫାଷ୍ଟ ପଲିଟିକ୍ସ। ବିରୋଧୀ ଦଳର ଏକତାକୁ ମଜଭୁତ କରିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ବ୍ରେକଫାଷ୍ଟ ପଲିଟିକ୍ସ। ସମସ୍ତ ବିରୋଧୀ ଦଳ ସାଂସଦ ଏବଂ ଅନ୍ୟ ନେତାଙ୍କ ସହ ଆଜି ସେ ବ୍ରେକଫାଷ୍ଟ କରିଛନ୍ତି ଓ ସଂସଦରେ ସରକାରଙ୍କୁ କିଭଳି ଘେରିବେ ସେ ନେଇ ଚର୍ଚ୍ଚା କରିଛନ୍ତି।

ଦିଲ୍ଲୀର କମ୍ୟୁନିଷ୍ଟ କ୍ଲବରେ ରାହୁଲ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିଥିଲେ। କେନ୍ଦ୍ର ବିରୋଧରେ ଲୋକସଭା ଏବଂ ରାଜ୍ୟସଭାର ୧୦୦ରୁ ଅଧିକ ସାଂସଦ ରାହୁଲଙ୍କ ଏହି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ପ୍ରାୟ ୧୫ଟି ବିରୋଧୀ ଦଳ ଏକାଠି ହୋଇଥିଲେ। ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍ ମାମଲାକୁ ନେଇ ବିରୋଧୀ ଜାରି ରହିଛି।

ଏଥିରେ ରାହୁଲ କହିଥିଲେ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ମାମଲାରେ ସମସ୍ତେ ସ୍ୱର ଉଠାଇବା ଉଚିତ। ଆମେ ଯେତେ ମଜଭୁତ ହେବା ଏହି ସ୍ୱର ସେତେ ଶକ୍ତିଶାଳୀ ହେବ। ବିଜେପି, ଆର୍‌ଏସ୍‌ଏସ୍‌ ପାଇଁ ଏହି ସ୍ୱରକୁ ଦବାଇବା ମୁସ୍‌କିଲ୍‌ ହୋଇପଡ଼ିବ। ଏହି ପ୍ରସଙ୍ଗକୁ ଢାଲ କରି ସଂସଦ ଯାଏଁ ସାଇକେଲ ମାର୍ଚ୍ଚ କରିବାକୁ ବି ସେ କହିଥିଲେ।

କଂଗ୍ରେସ, ଏନ୍‌ସିପି, ଶିବସେନା, ଆର୍‌ଜେଡି, ଏସପି, ସିପିଆଇଏମ୍‌, ସିପିଆଇ, ଆଇୟୁଏମ୍‌ଏଲ୍‌, ରିଭୋଲ୍ୟୁସନରୀ ସୋଶାଲିଷ୍ଟ ପାର୍ଟି, କେରଳ କଂଗ୍ରେସ, ଝଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାଶନାଲ କନ୍‌ଫ୍ରେନ୍ସ, ଟିଏମ୍‌ସି ଏବଂ ଲୋକତନ୍ତ୍ରିକ ଜନତା ଦଳ ଭଳି ଦଳରୁ ୧୫୦ ନେତା ରାହଲୁଙ୍କ ବ୍ରେକଫାଷ୍ଟ ପଲିଟିକ୍ସରେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

Leave A Reply

Your email address will not be published.