Odisha Link
Bridging the Missing Links in Odisha

ସୋନୁ ସୁଦ ହେଲେ ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର କରାଯାଇଛି। ଏନେଇ ସୋନୁ ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ତାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟରେ ସୋନୁ ଲେଖିଛନ୍ତି, ଆଜି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି ଯେ, ଋଷରେ ଆୟୋଜିତ ହେବାକୁ ଥିବା ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ମୋତେ ମନୋନୀତ କରାଯାଇଛି। ମୋର ବିଶ୍ୱାସ ଯେ ଆମର ଖେଳାଳିମାନେ ମଧ୍ୟ ଆମକୁ ଗର୍ବିତ କରିବେ ଏବଂ ମୁଁ ସେମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି।

ସୋନୁ ସୁଦଙ୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ବର୍ଷ ଋଷରେ ଆୟୋଜିତ ହେବାକୁ ଥିବା ୨୦୨୨ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳରେ ସେ ଭାରତର ଟିମ୍ ଅଂଶ ହେବେ। ସୋନୁଙ୍କ ପୋଷ୍ଟ ଭାଇରାଲ ହୋଇଛି। ତାଙ୍କ ପୋଷ୍ଟରେ କମେଣ୍ଟ୍‌ ଦେଇ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଏବଂ ଫ୍ୟାନ୍ସମାନେ ମଧ୍ୟ ତାଙ୍କର ମହାନ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.