Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ କଡା ଟକ୍କର

ଟୋକିଓ: ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର। ୨-୨ ଗୋଲରେ ସ୍ଥିତି ବରାବର ରହିଛି। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୨-୨ ରେ ଗୋଲ୍ ବରାବର ରହିଛି। ଭାରତ ପକ୍ଷରୁ ୨ଟି ଗୋଲ କରାଯାଇଥିବା ବେଳେ ବେଲଜିୟମ ପକ୍ଷରୁ ୨ଟି ଗୋଲ୍ କରାଯାଇଛି। ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କଲେ ହରମନପ୍ରୀତ ସିଂହ। ଦ୍ୱିତୀୟ ଗୋଲ ସ୍କୋର କଲେ ମନଦୀପ ସିଂହ।

ପ୍ରାୟ ୪ ଦଶନ୍ଧି ବା ୪୯ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇଥିଲା ଭାରତା ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଲମ୍ପିକ ହକିର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ହକି ଟିମ। ପୁରୁଷ ହକି ମୁକାବିଲାର ସେମିଫାଇନାଲରେ ଭାରତ, ସମେତ ବେଲଜିୟମ, ଜର୍ମାନୀ ଓ ଅଷ୍ଟ୍ରେଲିଆ ସ୍ଥାନ ପକ୍କା କରିଛନ୍ତି।

Leave A Reply

Your email address will not be published.