Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ବୈଠକ

ପୁରୀ: ଅଗଷ୍ଟ ଅନଲକ୍ରେ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ।

କେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବ ସେନେଇ ସ୍ୱତନ୍ତ୍ର ବୈଠକରେ ଆଲୋଚନା କରାଯାଇ ନିଆଯିବ ନିଷ୍ପତ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସ୍ପି, ସିଡିଏମ୍‌ଓ ତଥା, ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ। ସକାଳ ୧୧ଟାରେ ଭର୍ଚୁଆଲ ଯୋଗେ ଏହି ବୈଠକ ବସିବ।

Leave A Reply

Your email address will not be published.