Odisha Link
Bridging the Missing Links in Odisha

ଟ୍ରେଣ୍ଡ କରୁଛି ଲାରା ଦତ୍ତଙ୍କ ନୂଆ ଲୁକ୍

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବେଲ୍‌ ବଟମ୍‌’ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏଥିଣେ ଲାରା ଦତ୍ତଙ୍କ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ରେଲରରେ ଲାରା ଦତ୍ତ ଅବିକଳ ଇନ୍ଦିରା ଗାନ୍ଧିଙ୍କ ପରି ଦେଖିବାକୁ ମିଳିଛି। ଟ୍ରେଲର୍‌ରେ ଲାରାଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଯାଇଛି। ଲାରାଙ୍କ ଏହି ନୂଆ ଲୁକ୍‌ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି।

ଫିଲ୍ମରେ ଲାରା ଦତ୍ତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକା କରିବା ପାଇଁ ଲାରା କରିଛନ୍ତି କଠିନ ପରିଶ୍ରମ। ଏହି ଭୂମିକା ପାଇଁ ଲାରା ନେଇଛନ୍ତି ପ୍ରୋଥେଟିକ୍ସ ମେକଅପ୍‌ର ସାହାରା। ଟ୍ରେଲର ରିଲିଜ ହେବା ପରେ ଲାରା ଏବଂ ତାଙ୍କ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଲୋକମାନେ କହୁଛନ୍ତି ଯେ, ଲାରା ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ସେ ତାଙ୍କ ଶୈଳୀ ଏବଂ ରୂପକୁ ଠିକ୍ ଭାବରେ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ନ୍ୟାଶନାଲ ଆୱାର୍ଡ ମିଳିବା କଥା ବୋଲି ପ୍ରଶଂସକମାନେ କହିଛନ୍ତି।

ସୂଚନା ମୁତାବକ, ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଅଣ୍ଡରକଭର୍ ଏଜେଣ୍ଟ ଭୂମିକାରେ ନଜର ଆସିବେ, ଯାହାଙ୍କୁ ଭାରତ ସରକାରଙ୍କ ଦ୍ୱାରା ୪ ଅପହରଣକାରୀ ମଧ୍ୟରୁ ୨୪୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଅନ୍ୟ ପ୍ରମୁଖ ଭୂମିକାରେ ଏଥିରେ ବାଣି କପୁର, ହୁମା କୁରେଶି ଅଛନ୍ତି। ଲକଡାଉନ୍‌ ପରେ ‘ବେଲ୍ ବଟମ୍’ ପ୍ରଥମ ବିଗ୍‌ ବଜେଟ୍ ଫିଲ୍ମ, ଯାହା ଫିଲ୍ମ ହଲ୍‌ରେ ରିଲିଜ୍ ହେବାକୁ ଯାଉଛି। ଅଗଷ୍ଟ ୧୯ ରେ ଏହି ଫିଲ୍ମଟିକୁ 3D ଫର୍ମାଟରେ ବଡ ପରଦାରେ ରିଲିଜ୍ କରାଯିବ।

Leave A Reply

Your email address will not be published.