Odisha Link
Bridging the Missing Links in Odisha

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା। କରୋନାର ଦ୍ୱିତୀୟ ଲହର ଯୋଗୁଁ ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ  ଦୀର୍ଘ ତିନି ମାସ ପରେ ଆଜି ଭିତରକନିକା ଖୋଲାଯାଇଛି।

ଏ ନେଇ ଭିତରକନି କର୍ତ୍ତୃପକ୍ଷ କହିଛନ୍ତି, କରୋନା ଗାଇଡଲାଇନ୍‌ କୋହଳ ହେବା ପରେ ଆଜିଠୁ ଭିତରକନିକା ଖୋଲାଯାଇଛି। କୋଭିଡ ଗାଇଡଲାଇନ୍‌ ପାଳନ କରି ଥର୍ମାଲ ସ୍କ୍ରିନିଂ କରାଯାଇ ପର୍ୟ୍ୟଟକଙ୍କୁ ଭିତରକୁ ଛଡ଼ାଯିବ। ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସହଯୋଗ  ଯୋଗାଇ ଦେବାକୁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଅପରପକ୍ଷେ ବନ ବିଭାଗ ଅଧିକାରୀ କହିଛନ୍ତି, ବୋଟ କ୍ଷମତା ଅନୁଯାୟୀ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ। କିନ୍ତୁ  କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଜ୍ୱର, କାଶ,  ଥଣ୍ଡା ହୋଇଥିଲେ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। ଦିନ ଭିତରେ ଯାତ୍ରୀ ଯିବା ଆସିବା କରିବେ। ରାତି ପାଇଁ କିଛି ଗାଇଡ଼ଲାଇନ୍‌ ଆସି  ନ ଥିବାରୁ ରାତ୍ରୀରେ ପର୍ୟ୍ୟଟକ ଯାଇପାରିବେ ନାହିଁ।  କୋଭିଡ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.