Odisha Link
Bridging the Missing Links in Odisha

ଗ୍ୟାସ୍ ସିଲିଣ୍ଡର ଫାଟି ଲାଗିଲା ନିଆଁ

କୋଣାର୍କ: ଫାଟିଲା ଗ୍ୟାସ୍ ସିଲିଣ୍ଡର। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ଅଘଟଣ। ଶିଶୁଅ ପଞ୍ଚାୟତ କଟକଣା ଗାଁର ଶରତ ପ୍ରଧାନଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଫଳରେ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶରତଙ୍କର ଦୁଇ ବଖରା ଘର ଏବଂ ଅନେକ ମୂଲ୍ୟବାନ ଆସବାବପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ସିଲିଣ୍ଡର ଫାଟିବାର ଶବ୍ଦ ଶୁଣି ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସବୁ ସବୁ କିଛି ଜଳି ଯାଇଥିଲା। କିପରି ଗ୍ୟାସ ଟାଙ୍କି ଫାଟିଲା ତାହା ଏବେବି ଅସ୍ପଷ୍ଟ ରହିଛିl

Leave A Reply

Your email address will not be published.