Odisha Link
Bridging the Missing Links in Odisha

ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ ୯ ଯାଏଁ ପ୍ରତିବାଦ ଜାରି

କଟକ: ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ ବାର ଆସୋସିଏସନର ପ୍ରତିବାଦ ଜାରି ରହିଛି। ଗତ ୨ ତାରିଖ ଦିନ ୨ଟାରୁ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନଦେବା ପାଇଁ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବା ପାଇଁ ଆଉନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି।

ଗତକାଲି ବାର ଆସୋସିଏସନ ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ଆସନ୍ତାକାଲି ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବା  ପାଇଁ ଏକ କମିଟି ଗଠନ କରାଯାଇଛି।

ଅନ୍ୟପକ୍ଷରେ ବାର ଆସୋସଏସନ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପାଳନ କରି ନଥିବା ୨୩ ଜଣ ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.