Odisha Link
Bridging the Missing Links in Odisha

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଉଡିଲା ବୋଲେରୋ, ୧୨ ଆହତ

ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋର। ବିସ୍ଫୋରଣରେ ଉଡିଲା ଯାତ୍ରୀବାହୀ ବୋଲେରୋ। ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଦନ୍ତେୱାଡା ମେଡିକାଲକୁ ପଠାଯାଇଛି ।

ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭଙ୍କ ସହ ଡିଆରଜି ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଘଟିଆ ରାସ୍ତାରେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ଲଗାଇଥିଲେ। ଘଟଣାସ୍ଥଳରେ  କମ୍ବିଂ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.