Odisha Link
Bridging the Missing Links in Odisha

ବିଜୟ ପରେ ଖେଳାଳିଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଟୋକିଓ: ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ହକି ଦଳ। ଏହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ପାଲଟିଛି ସାରା ଦେଶ। ଶକ୍ତିଶାଳୀ ଜର୍ମାନୀକୁ ୫-୪ରେ ହରାଇ ବ୍ରୋଞ୍ଜ ଜିତିଛି ଭାରତ। ମ୍ୟାଚ୍ ଜିତିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଫୋନରେ କଥା ହୋଇଛନ୍ତି।

୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି। ସାହାରା ଯେତେବେଳେ ହକିର ପ୍ରାୟୋଜକରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା। ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତାରେ ଓଡ଼ିଶାର ଅବଦାନ ଅନନ୍ୟ।

ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ନିଜେ ଫୋନ କରି ଖେଳାଳି ମାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟ । ଚିତାକର୍ଷକ ବିଜୟ ପାଇଁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ସ୍କୁଲ ଟିମରେ ଗୋଲ୍ କିପର ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ବେଦନଶୀଳ ସମୟରେ ଭାରତୀୟ ହକିର ହାତ ଧରିଥିଲେ।

Leave A Reply

Your email address will not be published.