Odisha Link
Bridging the Missing Links in Odisha

ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ

କେରଳ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ଯଦି ଅଭିଯୁକ୍ତ ନିଜର ଗୁପ୍ତାଙ୍ଗ କୌଣସି ମହିଳାଙ୍କ ଜଂଘରେ ଘସୁଛନ୍ତି ଏହାକୁ ଆଇପିସି ଅଧୀନରେ ଦୁଷ୍କର୍ମ ଭାବରେ ଗଣାଯିବ ବୋଲି କୋର୍ଟ କହିଛନ୍ତି।

 ଏକ ଶିଶୁ ଅସଦାଚରଣ ମାମଲାରେ ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଜିୟାଦ ରେହମାନ ଏଏଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ। ଏହି ମାମଲାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହିିତ ଏଭଳି ଘୃଣ୍ୟ କାମ କରିଥିଲେ।ଆଇପିସିର ଧାରା ୩୭୫ ଅନୁସାରେ ଏହା ଅପରାଧ ନୁହେଁ ବୋଲି ଅଭିଯୁକ୍ତ ଯୁକ୍ତି ବାଢିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ

ଏହି ମାମଲାଟି ୨୦୧୫ ମସିହାର, ୧୧ ବର୍ଷୀୟା ବାଳିକାଙ୍କ ତଳିପେଟରେ ଯନ୍ତ୍ରଣା ପରେ ଡାକ୍ତରଙ୍କ ନିକଟକୁ ନେଇଥିଲେ ମା। ସେଠାରେ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଥିଲା। ସେ ସମୟରେ ଡାକ୍ତର ଅଭିଯୋଗ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଲୋକ ଲଜ୍ଜା ଭୟରେ ଚୁପ ରହିଥିଲେ ବାଳିକାର ମା।

ପରବର୍ତ୍ତୀ ସମୟରେ ମହିଳା ସାମାଜିକ ଅନୁଷ୍ଠାନ ଗୁଡିକର ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ ହୋଇଥିଲା। ତଳ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲେ। ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ କୋର୍ଟ ତଳକୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖିଥିଲେ।

Leave A Reply

Your email address will not be published.