Odisha Link
Bridging the Missing Links in Odisha

ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଐତିହାସିକ ବିଜୟ। ଦୀର୍ଘ ୪୧ବର୍ଷ ପରେ ଭାରତୀୟ ହକି ଟିମ୍‌କୁ ମଳିଛି ପଦକ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କରିଛନ୍ତି ନବୀନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏୈତିହାସିକ ଲେଖିଛନ୍ତି! ଏହା ହେଉଛି ଏମିତି ଏକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ରହିବ। ବ୍ରୋଞ୍ଜ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହି ସଫଳତା ସହିତ ସେ ସମଗ୍ର ଦେଶର ବିଶେଷ କରି ଆମର ଯୁବକମାନଙ୍କ ଆଶା ପୂରଣ କରିଛନ୍ତି। ଏଭଳି ହକି ଦଳ ପାଇଁ ଭାରତ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛି ଜଣାଇଛନ୍ତି।

ଆଜିର ମ୍ୟାଚ୍‌ରେ ପ୍ରତିଟି ମିନିଟରେ ରୋମାଞ୍ଚକର ହେଉଥିଲା ହକି ମ୍ୟାଚ୍‌। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ଭାରତ ୩-୧ ଗୋଲରେ ପଛରେ ଥିଲା। ପରେ ଟ୍ରାକ୍‌କୁ ପୁଣି ଫେରି ଜବରଦସ୍ତ ଗେମ୍‌ ପ୍ଲାନ୍‌ରେ ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତାକୁ ପରାସ୍ତ କରିଛି ଭାରତୀୟ ଟିମ୍‌।

ସେପଟେ ପୂର୍ବତନ ହକି ଖେଳାଳି ତଥା ସାଂସଦ ଦିଲୀପ ତିର୍କି ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି। ତିର୍କି ଟ୍ୱିଟ୍ କରି ଐତିହାସିକ ବିଜୟ କହିଛନ୍ତି! ଭାରତୀୟମାନଙ୍କ ପାଇଁ ବହୁଦିନର ସ୍ୱପ୍ନ ସାକାର ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ବୋଲ ଦିଲୀପ କହିଛନ୍ତି।

ଉଭୟ ପୁରୁଷ ଓ ମହିଳା ହକି ଟିମର ସ୍ପନ୍ସର ହେଉଛି ଓଡ଼ିଶା ସରକାର। ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।

ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା। ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା।

Leave A Reply

Your email address will not be published.