Odisha Link
Bridging the Missing Links in Odisha

ରେସଲିଂ ସେମିଫାଇନାଲରେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିବସରେ ରେସଲିଂରେ ସାନଦାର୍ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ପୁନିଆ। ରେସଲିଂ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ରେସଲର ବଜରଙ୍ଗ ପୁନିଆ। ୬୫ କେ.ଜି ବର୍ଗରେ ଇରାନ୍ ପ୍ରତିଦ୍ୱନ୍ଦ୍ୱି ମୋର୍ତେଜା ଗିୟାସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ।

୦-୧ରେ ପଛୁଆ ଥିବା ବଜରଙ୍ଗ ପ୍ରତିଯୋଗିତାର ଦ୍ୱିତୀୟର୍ଦ୍ଧରେ ଗିୟାସିଙ୍କୁ କୌଣସି ପ୍ରକାରେ ତଳେ ପକାଇ ମାଡ଼ିବସିବା ପରେ ବିଜୟ ଲାଭ କରିଥିଲେ। ଏହି ପ୍ରତିଯୋଗିତାରେ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିବା ବଜରଙ୍ଗ ‘ରିଓ ୨୦୧୬’ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ପ୍ରି-କ୍ୱାର୍ଟସରେ ସେ କାଜାଗିସ୍ତାର  ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ। କିନ୍ତୁ, ପ୍ରତିଦ୍ୱନ୍ଦ୍ୱିଠାରୁ ଦ୍ୱିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ। ମାତ୍ର, ବଜରଙ୍ଗ ଖେଳର ଅନ୍ତିମ ଆଠ ସେକେଣ୍ଡରେ ତାଙ୍କୁ ପ୍ରବଳ ପ୍ରତିରୋଧ କରିବା କାରଣରୁ ‘ବାଉଟ୍‌ କ୍ରାଇଟେରିଆ’ ଆଧାରରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.