Odisha Link
Bridging the Missing Links in Odisha

ଧାନ ବିକିବାକୁ ମିଳିଲାନି ଟୋକନ, ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଶେଷରେ ଜୀବନ ହାରିଲେ ଚାଷୀ। ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ସମ୍ବଲପୁର ଧନକଉଡ଼ା ବ୍ଲକର କୁଦଗୁଣ୍ଡେରପୁର ଗାଁର ଘଟିଛି। ମୃତକ ହେଲେ ଚାଷୀ କୈବଲ୍ୟ ରୋହିଦାସ।

ମୃତ ଚାଷୀ କୈବଲ୍ୟଙ୍କ ପୁଅ ଦଶରଥଙ୍କ ମୁତାବକ, ଧାନ ବିକ୍ରି ନେଇ ଟୋକନ ସମସ୍ୟା କାରଣରୁ ମାନସିକ ଚାପରେ ଥିଲେ ବାପା। ୨ଶହ କୁଇଣ୍ଟାଲ ଅମଳ କରିଥିଲେ ବି ମାତ୍ର ୪୫ କୁଇଣ୍ଟାଲ ବିକ୍ରି ପାଇଁ ଟୋକନ ମିଳିଥିଲା। ବାକି ୧୫୦ କୁଇଣ୍ଟାଲ ଦାମ୍ କମାଇ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ଆର୍ଥିକ ସଂକଟରେ ପଡ଼ିବା ସହ ଋଣ ଚାପରେ ଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ।”

ଶେଷରେ ବିଭିନ୍ନ ମାନସିକ ଚାଷ ଓ ଆର୍ଥିକ ଦୁଶ୍ଚିନ୍ତା ଭିତରେ ଗତି କରି କୈବଲ୍ୟ ଗତ ବୁଧବାର ବିଷ ପିଇଥିଲେ। ଆଜି ବୁର୍ଲା ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଦଶରଥ।

Leave A Reply

Your email address will not be published.