Odisha Link
Bridging the Missing Links in Odisha

ଭାରତୀୟ ମହିଳା ହକି ଦଳର କୋଚ୍ ଶେଜୋର୍ଡ ମାରିଜିନଙ୍କ ଇସ୍ତଫା ଘୋଷଣା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି।

ଏସବୁ ମଧ୍ୟରେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଶୋର୍ଡ ମାରିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ କହିଛନ୍ତି ଯେ, ଅଲିମ୍ପିକ୍ସରେ ବ୍ରିଟେନ୍ ବିପକ୍ଷ କାଂସ୍ୟ ପଦକ ମୁକାବିଲା ତାଙ୍କର ଶେଷ ଦାୟିତ୍ଵ ଥିଲା। ୪୭ ବର୍ଷୀୟ କୋଚ୍‌ଙ୍କ ତତ୍ତ୍ଵାବଧାନରେ ଭାରତୀୟ ମହିଳା ହକି ଦଳ ଅଲିମ୍ପକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିବା ଶୋର୍ଡଙ୍କ ପ୍ରଶିକ୍ଷଣକୁ ଶ୍ରେୟ ଦିଆଯାଉଛି।

ମାରିଜିନ ଓ ଟିମର ବିଷ୍ଲେଷଣାତ୍ମକ କୋଚ୍‌ଙ୍କୁ ଭାରତୀୟ ଖେଳ ପ୍ରାଧୀକରଣ(SAI) ଦ୍ବାରା କାର୍ଯ୍ୟକାଳ ବୃଦ୍ଧି ପାଇଁ ସୂଚନା ଦିଆଯାଇଥିଲା, ମାତ୍ର ୪୭ ବର୍ଷୀୟ ମୁଖ୍ୟ କୋଚ ମାରିଜିନ ବ୍ୟକ୍ତିଗତ କାରଣରୁ ଏହି ପ୍ରସ୍ତାବକୁ ଅସ୍ବୀକାର କରିଛନ୍ତି । ବର୍ଷ ୨୦୧୭ରେ ମାରିଜିନଙ୍କୁ ଭାରତୀୟ ମହିଳା ହକି ଟିମର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା ।

ଶେଜୋର୍ଡ ମାରିନ ବ୍ୟକ୍ତିଗତ କାରଣରୁ କୋଚ୍ ଦାୟିତ୍ଵ ଅବଧି ବଢାଇବା ପ୍ରସ୍ତାବକୁ ଅସ୍ଵୀକାର କରିଛନ୍ତି। ଏବେ ଶୋପମ୍ୟାନ ପୂର୍ଣ୍ଣକାଳୀନ ଆଧାରରେ ଭାରତୀୟ ମହିଳା ଦଳର କୋଚ୍ ଦାୟିତ୍ଵ ସମ୍ଭାଳିବେ। ଶୋଜୋର୍ଡ ମାରିନ ନେଦରଲାଣ୍ଡର ଖେଳାଳି।

Leave A Reply

Your email address will not be published.