Odisha Link
Bridging the Missing Links in Odisha

ସ୍କୁଲ ଫି’କୁ ନେଇ ଅପମାନିତ କଲେ ପ୍ରିନ୍ସିପାଲ, ଜୀବନ ହାରିଦେଲେ ଛାତ୍ରୀ

ଉତ୍ତର ପ୍ରଦେଶ: କରୋନା ମହାମାରୀ କାରଣରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବାକୁ ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିଛି। ହେଲେ ସ୍କୁଲ ଫି ଆଦାୟ କରିବାକୁ ପିଲାଙ୍କ ଉପରେ ମାନସିକ ଚାପ ପକାଇବାକୁ ପଛାଉ ନାହାନ୍ତି। ଏହାରି ମଧ୍ୟରେ ସ୍କୁଲ ଫି ଯୋଗୁଁ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଏମିତି ଏକ ଘଟଣା ଦେଖିବାକୁ ମଳିଛି ଉତ୍ତର ପ୍ରଦେଶର ଉନ୍ନାବରେ।

ଉନ୍ନାବ ହାଇସ୍କୁଲରେ ପଢୁଥିବା ସ୍ମୃତି ଅବସ୍ଥି ସ୍କୁଲ ଫି ଜାମା କରିପାରି ନଥିଲେ। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଉପରେ ଚାପ ପକାଯାଉଥିଲେ ଛାତ୍ରୀ ଜଣକ ଫି ଛାଡ ପାଇଁ ଆବେଦନ ପତ୍ର ନେଇ ପ୍ରିନ୍ସିପାଲଙ୍କ ପାଖକୁ ଯାଇଥିଲା। ହେଲେ ପ୍ରିନ୍ସିପାଲ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ସେତିକି ନୁହେଁ, ପ୍ରିନ୍ସିପାଲ ଛାତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହ ସେଠାରୁ ବାହାର କରି ଦେଇଥିଲେ।

ପ୍ରିନ୍ସିପାଲଙ୍କ ଏପରି ବ୍ୟବହାରରେ ଛାତ୍ରୀ ଜଣକ ଭାଙ୍ଗି ଯିବାସହ କାନ୍ଦି କାନ୍ଦି ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିବା କ୍ଷଣି ସେ ବେହୋଶ ହୋଇଗଲେ। ପରିବାର ଲୋକେ ଚେତା ଫେରାଇ ଆଣିବା ପାଇଁ ଉଦ୍ୟମ କଲେ। ହେଲେ ବିଫଳ ହୋଇଥିଲେ। ଛାତ୍ରୀଙ୍କ ଚେତା ଆଉ ଫେରି ନ ଥିଲା। ଚେତା ନ ଫେରିବାରୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଛାତ୍ରୀଙ୍କ ବାପା ସ୍କୁଲ ପରିଚାଳକ ଏବଂ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.