Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରୁ ରାଜ୍ୟରେ ଇକମୋ ସେବା ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା। ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି। ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି। ଆଉ ଗୋଟିଏ ଟିମ୍ ଖୁବଶୀଘ୍ର କଲିକତା ଯିବେ।

ସମସ୍ତ ଇକମୋ ମେସିନ ଇନଷ୍ଟଲ ହୋଇ ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି। ୯ଟି ମେସିନିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବୁ। ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି। ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ।

କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି ।

Leave A Reply

Your email address will not be published.