Odisha Link
Bridging the Missing Links in Odisha

ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ: ଆମେରିକା ଟିକା ଜନସନ୍ ଆଣ୍ଡ ଜନସନକୁ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଲେ ଭାରତ ସରକାର। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଭାରତରେ ବିଭିନ୍ନ ଟିକା ତିଆରି କରୁଥିବା ବାୟୋଲଜିକାଲ ଇ ଲିମିଟେଡ ଜରିଆରେ ଏହି ଟିକା ଭାରତକୁ ଆସିବ ବୋଲି ସୂଚନା ରହିଛି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି।

Leave A Reply

Your email address will not be published.