Odisha Link
Bridging the Missing Links in Odisha

ସ୍ତ୍ରୀ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ: ହାଇକୋର୍ଟ

କୋଚି: ସ୍ତ୍ରୀ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ। ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଜଣେ ବ୍ୟକ୍ତି। ତାଙ୍କର ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।

ଜଷ୍ଟିସ୍ ମୋହମ୍ମଦ ମୁସ୍ତାକ୍ ଏବଂ ଜଷ୍ଟିସ୍ କୋସର ଏଡାପାଗାଥଙ୍କ ଏକ ବେଞ୍ଚ କହିଛନ୍ତି, ସ୍ତ୍ରୀର ଶରୀର ସ୍ୱାମୀର ସମ୍ପତ୍ତି ନୁହେଁ। ବିବାହ ଏବଂ ଛାଡପତ୍ର ଧର୍ମ ନିରପେକ୍ଷ ଆଇନ ଅନ୍ତର୍ଗତ ହେବା ଉଚିତ। ବର୍ତ୍ତମାନ ଦେଶର ବିବାହ ଆଇନକୁ ନବୀକରଣ କରିବାର ସମୟ ଆସିଛି। ପୁଣି ଥରେ ବିବାହ ପାଇଁ ନୂଆ ନିୟମ ପ୍ରଣୟନ ଜରୁରୀ।

୧୯୯୫ରେ ଏହି ଦମ୍ପତି ବିବାହ ହୋଇଥିଲା ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ସ୍ୱାମୀ ପେଶାରେ ଜଣେ ଡାକ୍ତର। ବିବାହ ସମୟରେ ଶ୍ୱଶୁରଙ୍କ ଠାରୁ ୫୦୧ ସୁନା ମୁଦ୍ରା, କାର ଏବଂ ଫ୍ଲାଟ ଯୌତୁକ ଆକାରରେ ନେଇଥିଲେ। ହେଲେ ଅଭିଯୁକ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ରୋଜଗାର ମେସିନ୍ ଭଳି ବ୍ୟବହାର କରିଥିଲେ ଏବଂ ନିର୍ଯ୍ୟାତନା ଦେଉଥିଲେ।

ନିର୍ଯ୍ୟାତନା ଯେତେବେଳେ ସହନଶୀଳତାର ସୀମା ଛୁଇଁଲା, ସେତେବେଳେ ସେ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। ଦଣ୍ଡବିଧାନ ଆଇନ ଅନୁଯାୟୀ ବୈବାହିକ ଦୁଷ୍କର୍ମକୁ ଆଇନ ସ୍ୱୀକୃତି ଦିଏ ନାହିଁ। ତେଣୁ ବୈବାହିକ ଦୁଷ୍କର୍ମ ଛାଡପତ୍ର ଦାବି କରିବା ପାଇଁ ଏକ ସଠିକ କାରଣ ବୋଲି ବେଞ୍ଚ କହିଛନ୍ତି।

Leave A Reply

Your email address will not be published.