Odisha Link
Bridging the Missing Links in Odisha

ଟୋକିଓରେ ନୀରଜ ଜିତିଲେ ସ୍ବର୍ଣ୍ଣ

ଟୋକିଓ: ଟୋକିଓରେ କମାଲ କଲେ ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ।

ଫାଇନାଲ ମୁକାବିଲାର ପ୍ରଥମ ପ୍ରୟାସରା ନୀରଜ ୮୭.୦୩ ମିଟର ‌ଥ୍ରୋ କରି ଦମଦାର ଆରମ୍ଭ କରିଥିଲେ। ସେହିପରି ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଫିଙ୍ଗି ଥିଲେ। ଏହାପରେ ତୃତୀୟ ପ୍ରୟାସରେ ନୀରଜ ୭୬.୭୯ ମିଟର ହିଁ ଥ୍ରୋ କରିପାରିଥିଲେ। ହେଲେ ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ଜିତି ଟୋକିଓରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଡେବ୍ୟୁ ଅଲିମ୍ପିକ୍ସରେ କମାଲ କରିଛନ୍ତି ୨୩ ବର୍ଷିୟ ନୀରଜ।

Leave A Reply

Your email address will not be published.