Odisha Link
Bridging the Missing Links in Odisha

୪ ନମ୍ବର ମାର୍କେଟ ସିଲ୍‌

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୪ ନମ୍ବର ମାଛ ମାର୍କେଟ ସିଲ୍‌। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ୍‌ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଆଜି ସପ୍ତାହାନ୍ତ ସଟଡାଉନ୍‌ ସତ୍ତ୍ବେ ମାର୍କେଟ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି।

କଟକଣା କୋହଳ ହୋଇଥିଲେ ବି କରୋନା ସଂକ୍ରମଣ କମି ନଥିବାରୁ ଭୁବନେଶ୍ୱରରେ ଏବେ ବି ସପ୍ତାହାନ୍ତ ସଟଡାଉନ୍‌ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ବନ୍ଦ ରହୁଛି ଦୋକାନ ବଜାର। ତେବେ ଏହି କଟକଣାକୁ ଅମାନ୍ୟ କରି ଆଜି ୪ ନମ୍ବର ମାଛ ମାର୍କେଟ୍‌ରେ କିଛି ଦୋକାନ ଖୋଲାଥିବା ନେଇ ବିଏମ୍‌ସି ପାଖରେ ଖବର ପହଞ୍ଚିଥିଲା। ଏହା ପରେ ବିଏମ୍‌ସିର ଏକ ଟିମ୍ ମାର୍କେଟରେ ରେଡ୍ କରିଥିଲେ। ବିଏମ୍‌ସିର ଅତିରିକ୍ତ କମିଶନରଙ୍କ ସହିତ ଜେଡିସି ମଧ୍ୟ ଏଥିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.