Odisha Link
Bridging the Missing Links in Odisha

୨୪ ଘଣ୍ଟାରେ କୋଟିପତି ହେଲେ ଗୋଲ୍ଡ ବୟ ନୀରଜ  

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଲେ ଭାରତୀୟ ଖେଳାଳି ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଆଥଲେଟିକ୍ସରେ ପଦକ ମରୁଡ଼ିର ଅବସାନ ଘଟାଇଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର କୃଷକ ପରିବାରର ପୁଅ ନୀରଜ। ଏଥିସହିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ୭ଟି ପଦକ ମିଳିଛି।

ଟୋକିଓରେ ଇତିହାସ ରଚିବା ପରେ ନୀରଜ ଦେଶର ନୂଆ ହିରୋ ପାଲଟି ଯାଇଛନ୍ତି। ଗୋଲ୍ଡେନ ବୟଙ୍କ ଶାନଦାର ପ୍ରଦର୍ଶନ ପରେ ସାରା ଦେଶ ଗର୍ବ କରୁଛି। ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଥିବା ନୀରଜ ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି।

ସବୁଠୁ ବଡ଼ କଥା ହେଲା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପୂର୍ବରୁ ସୋସିଆଲ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ନୀରଜଙ୍କ ପାଖାପାଖି ଏକ ଲକ୍ଷ ଫଲୋଓର ଥିଲେ। ହେଲେ ପଦକ ଜିତିବାର ୨୪ ଘଣ୍ଟା ନପୂରୁଣୁ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକରେ ପହଁଞ୍ଚିଛି। ସେହିପରି ୨୪ ଘଣ୍ଟାରେ କୋଟିପତି ପାଲଟିଛନ୍ତି ନୀରଜ ଚୋପ୍ରା।

ଟୋକିଓରେ ସ୍ୱର୍ଣ୍ଣ ଜିତିବା ପରେ ନୀରଜଙ୍କୁ ଶୁଭେଚ୍ଛାର ସୁଅ ଛୁଟିବା ସହ ପୁରସ୍କାର ବର୍ଷା ହୋଇଛି। ହରିଆନା ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୬ କୋଟି ଟଙ୍କା ଆର୍ଥିକ ରାଶି ଘୋଷଣା କରିଛନ୍ତି। ସେହିପରି ପଞ୍ଜାବ ସରକାର ୨ କୋଟି ଏବଂ ବିସିସିଆଇ ୧ କୋଟି ଟଙ୍କା ଦେବେ। ଆନନ୍ଦ ମହିନ୍ଦ୍ରା ଏକ୍ସୟୁଭି-୭୦୦ ଗାଡ଼ି ଉପହାର ଦେବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାର ୭୫ ଲକ୍ଷ, ମଣିପୁର ସରକାର ୧ କୋଟି ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ୧ କୋଟି ଟଙ୍କା ପ୍ରଦାନ କରିବେ।

Leave A Reply

Your email address will not be published.