Odisha Link
Bridging the Missing Links in Odisha

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ ୩ ଦଫାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ: ଅଗଷ୍ଟ ୧୬ରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏଥିପାଇଁ ପ୍ରସ୍ତୁତି ଚଲାଇଛି ପ୍ରଶାସନ। ଅଗଷ୍ଟ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ। ମିଳିଥିବା ସୂଚନା ମୁତାବିକ ଦୈନିକ ତିନି ଦଫାରେ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ।

ପୌରସଂସ୍ଥା ପକ୍ଷରୁ ସହରବାସୀଙ୍କୁ ଶ୍ରୀମନ୍ଦିର ଦର୍ଶନୀ ଟୋକନ ଦିଆଯିବ ବୋଲି ଖବର ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଦର୍ଶନ ମାର୍ଗଦର୍ଶିକା ଜାରି ହେବା ପରେ ପୌରସଂସ୍ଥା ଲୋକଙ୍କୁ ଦର୍ଶନ ବେଳେ କୋଭିଡ୍‌ କଟକଣା ସମ୍ପର୍କରେ ସଚେତନ କରିବା ସହ ଦର୍ଶନୀ ଟୋକନ ବାଣ୍ଟିବାର ବ୍ୟବସ୍ଥା ହୋଇଛି।

ପ୍ରଥମ ଦଫାରେ ସକାଳ ୭ଟାରୁ ସାଢ଼େ ୧୦ଟା, ଦ୍ୱିତୀୟ ଦଫାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ଦୁଇଟା, ଅପରାହ୍ନ ସାଢ଼େ ତିନିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ତୃତୀୟ ଦଫାରେ ଦର୍ଶନ କରିବେ ସହରବାସୀ।

Leave A Reply

Your email address will not be published.