Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଭୃଗୁ ବକ୍ସିପାତ୍ର, ଏହି ସବୁ ଦାବି ନେଇ କଲେ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ଯାଳୟ ସ୍ଥାପନ ହୋଇଥିଲେ ମଧ୍ଯ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜିଯାଏଁ କେନ୍ଦ୍ରୀୟ ବିଦ୍ଯାଳୟ ନାହିଁ। ଉପଯୁକ୍ତ ଶିକ୍ଷା ପାଇଁ ଆନ୍ଧ୍ର ସୀମାନ୍ତରେ ଅଞ୍ଚଳରେ ଥିବା ଚିକିଟି ପାତ୍ରପୁର ବ୍ଲକର ପିଲାମାନେ ଭୁବନେଶ୍ୱର ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି।

ସେହିପରି ବ୍ରହ୍ମପୁର ସହରରେ ୧୯୬୬ ମସୀହାର ଏକ କେନ୍ଦ୍ରୀୟ ବିଦ୍ଯାଳୟ ସ୍ଥାପନ ହୋଇଥିଲା। ସେତେବେଳେ ବ୍ରହ୍ମପୁର ସହରର ଲୋକସଂଖ୍ଯା ଆନୁମାନିକ ୬୬୫୦୦ ରହିଥିଲା ବେଳେ ୨୦୨୧ ମସୀହାବେଳକୁ ବ୍ରହ୍ମପୁର ସହରର ସୀମା ବହୁପରିମାଣରେ ପରିବ୍ଯାପ୍ତ ହେବା ସହ ଆନୁମାନିକ ଲୋକସଂଖ୍ଯା ୧୦ଲକ୍ଷରେ ପହଞ୍ଚିଲାଣି। ଓଡିଶାର ଅନ୍ଯାନ୍ଯ ସହରରେ ଜନସଂଖ୍ଯା ଅନୁପାତରେ କେନ୍ଦ୍ରବିଦ୍ଯାଳୟ ସଂଖ୍ଯା ବୃଦ୍ଧି ଘଟିଥିଲେ ମଧ୍ଯ ବ୍ରହ୍ମପରୁର ଜନସଂଖ୍ଯା ୧୫ଗୁଣ ବୃଦ୍ଧିଘଟିଥିବା ଯୋଗୁଁ ୨ୟ କେନ୍ଦ୍ରୀୟ ବିଦ୍ଯାଳୟ ଆବଶ୍ଯକ ରହିଛି।

ଅଞ୍ଚଳର ଶିକ୍ଷାର ବିକାଶ ଚିନ୍ତା ଏହି ଆସନରୁ ବିଜୟଲାଭ କରଥିବା ସାଂସଦମାନେ ମୁହଁ ଖୋଲିନାହାଁନ୍ତି। କିନ୍ତୁ ଭାଜପା ଟିକେଟରୁ ପରାଜିତ ସାଂସଦ ପ୍ରାର୍ଥୀ ଭୃଗୁ ବ୍ରହ୍ମପୁର ସହରରେ ୨ୟ କେନ୍ଦ୍ର ବିଦ୍ଯାଳୟ ସ୍ଥାପନ ସମେତ ଚିକିଟି ନିର୍ବାଚନ ମଣ୍ଡଳୀର ଉପଯୁକ୍ତ ସ୍ଥାନରେ କେନ୍ଦ୍ରୀୟବିଦ୍ଯାଳୟ ସ୍ଥାପନପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସେହିପରି ବ୍ରହ୍ମପୁର ଲୋକସଭାର ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀର ୧୮୦କିମି ବ୍ଯାପି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ଯ ଉତ୍ପାଦନ ହେଉଥୁବା ସହ ଆଦିବାସୀ ମାନଙ୍କ ଜୀବନଜୀବିକା ସେହି ଉତ୍ପାଦିତ ଦ୍ରବ୍ଯ ଉପରେ ନୀର୍ଭରଶୀଳ ରହିଛି। ଏଠାକାର ଉତ୍ପାଦିତ ଦ୍ରବ୍ଯଗୁଡିକର ଉପଯୁକ୍ତ ପ୍ରକ୍ରିୟାକରଣ ଏକକର ଅଭାବ ସହ ଦକ୍ଷତାବିକାଶର ଅଭାବ ଥିବାଯୋଗୁଁ ମୋହନା ନିର୍ବାଚନମଣ୍ଡଳୀର ଆର୍ଥିକ ଓ ସାମାଜିକ ବିକାଶ ଆଖିଦୃଶିଆ ହୋଇପାରୁନାହିଁ।

ଏହି କଞ୍ଚାମାଲ ଗୁଡିକ ବାହର ଅଞ୍ଚଳକୁ ଅତିନିମ୍ନଦରରେ ଚାଲଣ ହେଉଥୁବା ଯୋଗୁଁ ଲୋକମାନେ କ୍ଷତି ସହିବା ସହ ଜୀବିକାପାଇଁ ମୋହନାର କଞ୍ଚାମାଲ ଉପରେ ନିର୍ଭର ବାହ୍ଯରାଜ୍ଯର ଉଦ୍ଯୋଗ ଗୁଡିକରେ କାର୍ଯ୍ଯକରିବାପାଇଁ ଭିଟାମାଟି ଛାଡିବା ସହ ପ୍ରବାସରେ ଦାଦନ ଖଟିବା ପାଇଁ ବାଧ୍ଯ ହେଉଛନ୍ତି।‌ ଏହାକୁ ଆଖିଆଗରେ ରଖି ମୋହନାର ବିକାଶ ପାଇଁ ଏହି ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ଯର ପ୍ରକ୍ରିୟାକରଣ ଉଦ୍ଯୋଗସ୍ଥାପନ ସହ ସ୍ଥାନୀୟ ଲୋକଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ଯପନ୍ଥା ଗ୍ରହଣ ପାଇଁ ଭୃଗୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୨୧ବର୍ଷ ହେଲା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡଦଖଲ କରି ରହିଥିଲେ ମଧ୍ଯ ଦିନେ ମଧ୍ଯ ଅଞ୍ଚଳର ଶିକ୍ଷାର ଉନ୍ନତୀ ପାଇଁ ଚିନ୍ତା କରି କେନ୍ଦ୍ରବିଦ୍ଯାଳୟ ସ୍ଥାପନ ପାଇଁ ମୁହଁ ଖୋଲିନାହାଁନ୍ତି। ବ୍ରହ୍ମପୁର ଆସନରୁ ବିଜୟ ହୋଇ ସଂସଦର ବସୁଥୁବା ସାଂସଦ ବିଧାୟକ ଅଞ୍ଚଳର ବିକାଶ କଥାରେ ତୁଣ୍ଡିବାନ୍ଧି ବସିରହୁଥୁବା ବେଳେ ପରାଜିତ ବିରୋଧୀ ଦଳ ପାର୍ଥୀ ଭୃଗୁଙ୍କ ଉଦ୍ଯମକୁ ଅଞ୍ଚଳବାସୀ ସାଧୁବାଦ ଜଣାଉଥୁବା ଦେଖିବାକୁ ମିଳିଛି।

Leave A Reply

Your email address will not be published.