Odisha Link
Bridging the Missing Links in Odisha

କରୋନା କଟକଣାକୁ ଫୁ: ଗୁପ୍ତେଶ୍ୱରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼

ଜୟପୁର: ପ୍ରସିଦ୍ଧ ଗୁପ୍ତେଶ୍ବର ଶୈବ ପୀଠରେ କରୋନା କଟକଣାକୁ ଫୁ।। କଟକଣା ସତ୍ତ୍ୱେ ରାଜ୍ୟ ଓ ରାଜ୍ୟ ବାହାରରୁ ଶହ ଶହ ପର୍ଯ୍ୟଟକ ଗୁପ୍ତେଶ୍ବର ମୁହାଁ। ମନ୍ଦିର ବେଡା ଭିତରକୁ ପ୍ରବେଶ କରି ଜଳାଭିଷେକ କରିବା ସହ ନଡ଼ିଆ ଭାଙ୍ଗୁଥିବା ଅଭିଯୋଗ।

କରୋନା ସଂକ୍ରମଣ କମିବା ପରେ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ପ୍ରଶାସନ ଅନୁମତି ମଳିଛି। କିନ୍ତୁ ଶ୍ରାବଣ ମାସ କାରଣରୁ ଗୁପ୍ତେଶ୍ବର ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଛି। ଆଜି ଶ୍ରାବଣ ମାସର ସୋମବାର ଥିବାରୁ ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ବେଡା ଭିତରେ ପ୍ରବେଶ କରିବା ସହ ନଡ଼ିଆ ବି ଭାଙ୍ଗି ଥିଲେ। ମନ୍ଦିର ଭିତରେ ପ୍ରବେଶ ଉପରେ ପ୍ରତିବନ୍ଧକ ଥିଲେ ବି କଟକଣାକୁ କେହି ମାନି ନଥିଲେ।

Leave A Reply

Your email address will not be published.