Odisha Link
Bridging the Missing Links in Odisha

ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ଉପରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ଦିନକୁ ଦିନ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଅଶ୍ଳୀଳ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ସମାଧାନ ହୋଇନଥିବା ବେଳେ ଶିଳ୍ପା ଓ ତାଙ୍କ ମା’ଙ୍କ ଉପରେ ଠକେଇର ଅଭିଯୋଗ ଲାଗିଛି। ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।

ସୂଚନା ମୁତାବକ, ଶିଳ୍ପା ଓ ତାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ ଓ ବିଭୂତିଖଣ୍ଡ ଥାନାରେ ଏଫଆଇଆର ରୁଜୁ ହୋଇଛି। ଏହା ପରେ ପୋଲିସ ମାମଲାକୁ ନେଇ ତଦନ୍ତ ଜୋରସୋରରେ ଆରମ୍ଭ କରିଛି। ଅଭିନେତ୍ରୀ ଓ ତାଙ୍କ ମା’ ବେଲନେସ ସେଣ୍ଟର ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଭିତ୍ତିରେ ଲକ୍ଷ୍ନୌ ପୋଲିସର ଏକ ଟିମ୍ ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଆଉ ଏକ ଟିମ୍ ଆଜି ମୁମ୍ବାଇ ପାଇଁ ବାହାରିବ। ଲକ୍ଷ୍ନୌ ପୋଲିସ ଖୁବଶୀଘ୍ର ଶିଳ୍ପା ଓ ତାଙ୍କ ମା’ଙ୍କୁ ଏହି ଠକେଇ ନେଇ ପଚରାଉଚରା କରିବ।

Leave A Reply

Your email address will not be published.