Odisha Link
Bridging the Missing Links in Odisha

ପଦକ ଧରି ଭାରତରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ସରିଲା ଟୋକିଓ ଅଲିମ୍ପିକ୍ସ। ଭାରତରେ ପହଁଞ୍ଚିଲେ ଭାରତୀୟ ଖେଳାଳି। ପଦକ ବିଜେତା ସମସ୍ତ ଖେଳାଳି ଆଜି ଦିଲ୍ଲୀରେ ପହଁଞ୍ଚିଛନ୍ତି। ନୀରଜ ଚୋପ୍ରା, ରବି ଦହିୟା, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ୍ ସମେତ ସମସ୍ତ ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଲୀ ଫେରିଛନ୍ତି। ଏ ସମସ୍ତ ଖେଳାଳି ସୋମବାର ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇଛନ୍ତି। ଏୟାରପୋର୍ଟ ଖେଳାଳିଙ୍କର ଜୋରଦାର ସ୍ୱାଗତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ାରେ ସାମିଲ୍ ହୋଇଥିବା ଖେଳାଳିଙ୍କ ଆଗମନ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ), ବାକି କ୍ରୀଡ଼ା ସଂଘ, ମିଡିଆ ସହ କିଛି ରାଜନୀତିକ ପାର୍ଟିର କର୍ମକର୍ତ୍ତା ଏୟାରପୋର୍ଟରେ ସ୍ବାଗତ କରିଛନ୍ତି।

ସର୍ବପ୍ରଥମେ ଭାରତୀୟ ଆଥଲେଟିକ୍ସ ଟିମ୍ ଏବଂ ଟିମର ସଦସ୍ୟ ପହଞ୍ଚିଥିଲେ। ଆଥଲେଟିକ୍ସ ଟିମର ସଦସ୍ ପ୍ରଥମେ ଆସିଥିବା ବେଳେ ହକି ଟିମର ଖେଳାଳି ଅନ୍ୟ ଏକ ଫ୍ଲାଇଟ୍‌ ଯୋଗେ ଭାରତରେ ପହଞ୍ଚି ଛନ୍ତି। ଏୟାରପୋର୍ଟରେ ପହଞ୍ଚିବାର ସମସ୍ତଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆ ଜିପରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ନୀରଜ ଚୋପ୍ରା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ସେହିପରି ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା କହିଛନ୍ତି, ପଦକ ଜିତି ଭାରତ ଫେରିବା ମୋର ସ୍ୱପ୍ନ ଥିଲା, ଆଉ ତାହା ପୂରଣ ହୋଇଛି। ଏତେ ଦିନ ପରେ ଏଠାକୁ ଆସି ଲୋକଙ୍କ ସହ ମିଶିବା ବହୁତ ଲାଗୁଛି।

Leave A Reply

Your email address will not be published.