Odisha Link
Bridging the Missing Links in Odisha

ଭୁବନେଶ୍ୱର ସାଲିଆସାହିରୁ ୧୦ ଲକ୍ଷର ଡ୍ରଗ୍ସ ଜବତ

ଭୁବନେଶ୍ବର: ଭୁବନେଶ୍ୱର ସାଲିଆ ସାହିରୁ ବ୍ରାଉନ ସୁଗର ଜବତ। ବେଆଇନ ଡ୍ରଗ୍ସ କାରବାର ନେଇ ଖବର ପାଇବା ପରେ ପୁଲିସ ଲୁଙ୍ଗି ପିନ୍ଧି ଜଣେ ଡ୍ରଗ୍ସ ଗ୍ରାହକ ବେଶରେ ସାଲିଆସାହିକୁ ଯାଇଥିଲା। ଏହି ସମୟରେ ବେଆଇନ ବ୍ରାଉନସୁଗାର ରଖିଥିବା ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି କରିଛି। ମହିଳାଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ୩୦୦ ପୁଡିଆ ବ୍ରାଉନସୁଗାର ଜବତ କରିଛି ପୁଲିସ।

ଏହି ବେଆଇନ ଡ୍ରଗ୍ସ କାରବାର ଆଉ କେଉଁମାନେ ସଂପୃକ୍ତ ସେନେଇ ଖୋଲତାଳ ଚଳାଇଛି କମିଶନରେଟ ପୋଲିସ। ଗତକାଲି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.