Odisha Link
Bridging the Missing Links in Odisha

ଦକ୍ଷିଣ ଆଫ୍ରିକାରେ ମାରବର୍ଗ ଭାଇରସ୍‌ ଚିହ୍ନଟ, ସତର୍କ କଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: କରୋନା ଭୂତାଣୁ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ମାରାତ୍ମକ ଭାଇରସ୍‌ ମାରବର୍ଗ। ଗୁଏନିଆ ଗୁକେଡିଉ ଇଲାକାରେ ଏହି ଭୂତାଣୁ ଜଣେ ରୋଗୀଙ୍କ ଠାରେ ଚିହ୍ନଟ ହେବା ପରେ ଏହାର ବ୍ୟାପିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦକ୍ଷିଣ ଆଫ୍ରିକା ଡାକ୍ତରୀ ଦଳ ଓ ଡବ୍ଲୁଏଚଓ। ଏହା ଏକ ମାରାତ୍ମକ ଭାଇରସ୍, ଯାହାକି ଇବୋଲା ସହ ଜଡ଼ିତ ଓ କରୋନା ଭଳି ପଶୁମାନଙ୍କଠାରୁ ଏହା ମଣିଷ ଶରୀରକୁ ଆସିଥାଏ ବୋଲି ଡବ୍ଲୁଏଚଓ କହିଛି।

ଏହି ଭୁତାଣୁ ସଂକ୍ରମଣରେ ହେମୋର୍ଜିକ ନାମକ ଜ୍ୱର ହେବା ସହ ରୋଗୀଠାରେ ମୁଣ୍ଡ ବିନ୍ଧା, ରକ୍ତବାନ୍ତି, ମାଂସପେଶି ଯନ୍ତ୍ରଣା, ନାକ କାନରୁ ରକ୍ତଶ୍ରାବ ଓ ଚିଡଚିଡାପଣ ପରି ଲକ୍ଷଣ ଦେଖାଯାଏ। ସଚେତନ ରହିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏହାର ପ୍ରତିଷେଧ ପାଇଁ ଖୁବ ଶିଘ୍ର ଟିକା ବାହାର କରିବାକୁ ଡବ୍ଲୁଏଚଓ ପକ୍ଷରୁ ସୂଚନା ଦିଆଯାଇଛି।

ଡବ୍ଲୁଏଚଓ ମୁତାବକ, ଏହି ଭାଇରସ୍ ବାଦୁଡିଠାରୁ ବ୍ୟାପିଥାଏ ଓ ଏଥିରେ ମୃତ୍ୟୁହାର ୮୮ % ରହିଛି। ୨ ଅଗଷ୍ଟରେ ଦକ୍ଷିଣ ଗୁଏକେଡୌ ଅଞ୍ଚଳରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନମୁନାରେ ଏହି ଭାଇରସ୍ ମିଳିଛି। ପୋଷ୍ଟ ମର୍ଟମ ରିପୋର୍ଟରେ ଏହି ବ୍ୟକ୍ତିଙ୍କଠାରେ ଇବୋଲା ମିଳିନଥିଲା କିନ୍ତୁ ମାରବର୍ଗ ଭାଇରସ୍ ମିଳିଥିଲା।