Odisha Link
Bridging the Missing Links in Odisha

ଦୂତୀଚାନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର: ଦୂତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଗଣମାଧ୍ୟମ ସଂସ୍ଥାକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ଦୂତୀଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ଦୂତି ଚାନ୍ଦଙ୍କ ଘରକୁ ଯାଇ ତାଙ୍କ ବାପା-ମାଆଙ୍କ ଠାରୁ ପ୍ରତିକ୍ରିୟା ଆଣିଥିଲା ଏକ ଓ୍ବେବ୍‌ ମିଡିଆ। ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ଏବଂ ତାଙ୍କ ପରିବାର ସହ ଲାଗିରହିଥିବା କନ୍ଦଳକୁ ନେଇ ସଂପୃକ୍ତ ଓ୍ବେବ୍‌ ମିଡିଆ ତାଙ୍କ ବାପା-ମାଆଙ୍କ ଠାରୁ ବାଇଟ୍‌ ଆଣିଥିଲା। ପରେ ଖବର ପ୍ରସାରଣ ନକରିବାକୁ ସଂପୃକ୍ତ ଗଣମାଧ୍ୟମ ଦୂତିଙ୍କୁ ଟଙ୍କା ମାଗିଥିବା ନେଇ ଅଭିଯୋଗ କରିଥିଲେ ଦୂତି। ପରେ ସଂପୃକ୍ତ ଗଣମାଧ୍ୟମକୁ ଦୂତି ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଏକ ଅଡିଓ ଭାଇରାଲ ହୋଇଥିଲା।

ଏ ନେଇ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.