Odisha Link
Bridging the Missing Links in Odisha

ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ବଦଳି

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଏକ ବଡ ଦାୟିତ୍ୱ ମିଳିଛି। ସେଠାରେ ସେ ରେଭିନ୍ୟୁ ଷ୍ଟାଟେଜୀ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ସହ ନ୍ୟୁ ମାର୍କେଟ ଉପରେ ଧ୍ୟାନ ଦେବେ। ସେଠାରେ ସେ ଗ୍ଲୋବାଲ ଷ୍ଟଡିଜ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ଦେଇତ୍ରା ମାରାଙ୍କୁ ରିପୋର୍ଟ କରିବେ।

ମନି କଣ୍ଟ୍ରୋଲ ତରଫରୁ ଇ-ମେଲରେ ଲେଖା ହୋଇଛି କି “ଆମର ଭାରତର ନିର୍ଦ୍ଦେଶକ ଥିବା ତଥା ଟ୍ୱିଟର ଇଣ୍ଡିଆର ମୁଖ୍ୟ ରହି ୨ ବର୍ଷରୁ ଅଧିକ ଟିମକୁ ସହାୟତା କରିଥିବା ମନୀଷ ଏବେ ସେନ ଫ୍ରାନ୍ସିକୋରେ ସିନିୟର ଡାଇରେକ୍ଟର, ରେଭିନ୍ୟୁ ଷ୍ଟଡିଜ ଆଣ୍ଡ ଅପରେଶନ ମୁଖ୍ୟ ଭାବେ କାର୍ଯ୍ୟ କରିବେ ”

 

Leave A Reply

Your email address will not be published.