Odisha Link
Bridging the Missing Links in Odisha

ITBPର ୨୦ ଯୋଦ୍ଧାଙ୍କୁ ବୀରତା ସମ୍ମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଅବସ୍ଥିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ସୁରକ୍ଷା ପାଇଁ ନିୟୋଜିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ITBP) ର ୨୦ ଜଣ ଯବାନ ପୂର୍ବ ବର୍ଷ ଲଦାଖ କ୍ଷେତ୍ରରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦେଶର ସଂଘର୍ଷ ବେଳେ ଭାରତୀୟ ସେନା ଯେଉଁଭଳି ଭାବେ ବିରତ୍ୱ ଦେଖାଇ ଚୀନ ସେନାକୁ ଅବରୋଧ କରି ସାହସିକତା ଦେଖାଇଥିଲେ,

ସେଥିପାଇଁ ୨୦ ଭାରତୀୟ ଯବାନଙ୍କୁ Gallantry Award 2021 ସମ୍ମାନରେ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ପୋଲିସ୍ ବାହିନୀ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ମୋଟ ୧୩୮୦ ସେବା ପଦକ ମଧ୍ୟରେ ଏହି ପଦକ ରହିଛି।

ପଦକ ତାଲିକାରେ ଗାଲାଣ୍ଟ୍ରି (ପିପିଏମଜି) ପାଇଁ ଦୁଇଟି ରାଷ୍ଟ୍ରପତି ପୋଲିସ୍ ପଦକ, ୬୨୮ ସାହସିକତା ପାଇଁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୮୮ଟି ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସମ୍ମାନଜନକ ସେବା ପାଇଁ ୬୬୨ ପୋଲିସ୍ ପଦକ ଅନ୍ତର୍ଭୁକ୍ତ। ଜମ୍ମୁ-କଶ୍ମୀର ପୋଲିସର ସବ୍-ଇନ୍ସପେକ୍ଟର ଅମର ଦୀପ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସର ସହିଦ ହେଡ୍ କନଷ୍ଟେବଳ କାଲେ ସୁନୀଲ ଦତ୍ତାତ୍ରେୟଙ୍କୁ (ଗ୍ୟାଲେଣ୍ଟ୍ରି ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ) ପ୍ରଦାନ କରାଯାଇଛି।

Leave A Reply

Your email address will not be published.