Odisha Link
Bridging the Missing Links in Odisha

କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ନାମଫଳକ

କୋରାପୁଟ: କୋଟିଆ ଅଞ୍ଚଳର ସବୁ ଗାଁରେ ଲାଗିଲା ଓଡ଼ିଆ ନାମଫଳକ। ସ୍ୱାଧୀନତା ଦିବସ ପୂବରୁ ୨୧ଟି ଗାଁରେ ଓଡ଼ିଆରେ ରାଜ୍ୟ ସରକାର ନାମ ଫଳକ ଲଗାଇଛନ୍ତି। କୋଟିଆ ଓଡ଼ିଶାର, ଏନେଇ ଓଡ଼ିଆ ଫଳକ ଲଗାଇଛନ୍ତି ସରକାର। ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ରର ସବୁ ପ୍ଲାନକୁ ଫେଲ କରିବା ଲାଗି ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ।

ଆସନ୍ତାକାଲି କୋଟିଆରେ ଓଡ଼ିଶା ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ରହିଥିବା ଖଣିଜ ସମ୍ପଦକୁ ହାତେଇବା ପାଇଁ ଅଞ୍ଚଳବାସୀଙ୍କୁ ବିଭିନ୍ନ ଲାଳସା ଦେଖାଉଛି। ଓଡ଼ିଶା କିନ୍ତୁ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସବୁ ବେଳେ ଚେଷ୍ଟା ଜାରି ରଖିଛି। ଏନେଇ କୋଟିଆର ବିବାଦୀୟ ୨୧ଟି ଗାଁରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆରେ ନାମ ଫଳକ ଲଗାଇଛି ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.