Odisha Link
Bridging the Missing Links in Odisha

ଓଡ଼ିଶାର ୨ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଦିଆଯିବ ଶୌର୍ଯ୍ୟ ଚକ୍ର ସମ୍ମାନ। ସେମାନଙ୍କର ଅଦମ୍ୟ ସାହସ ଏବଂ ବଳୀଦାନ୍ ପାଇଁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ଦ୍ୱାରା ସମ୍ମାନିତ କରାଯିବ।

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଓଡିଶାର ଏହି ଦୁଇ ବୀର ଯବାନ ୨୦୨୦ ସେପ୍ଟେମ୍ବର ୯ରେ ସହିଦ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ସୁଧୀର ଓ ଦେବାଶିଷ ବୀରତ୍ଵର ସହ ମାଓବାଦୀଙ୍କ ସହ ମୁକାବିଲା କରି ସହିଦ ହୋଇଥିଲେ।

ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଦୁଇ ଓଡିଆ ସହିଦ ଶୌର୍ଯ୍ୟ ଚକ୍ର ପାଇବା ଆମ ପାଇଁ ଗର୍ବର ବିଷୟ। ସେମାନଙ୍କ ତ୍ୟାଗ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.