Odisha Link
Bridging the Missing Links in Odisha

ଲର୍ଡସ୍‌ରେ ବଲ୍‌ ଟାମ୍ପରିଂ! ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍। ଆଜି ମ୍ୟାଚର ଅନ୍ତିମ ଦିନ। ଖବର ଲେଖା ହେବା ସୁଦ୍ଧା ଇଂଲଣ୍ଡ ଦଳ ୫ ଓ୍ବିକେଟ ହରାଇ ମୋଟ ୯୦ ରନ୍‌ କରିଛି। ବିଜୟ ପାଇଁ ଇଂଲଣ୍ଡ ଦଳକୁ ଆଉ ୧୮୨ ରନର ଆବଶ୍ୟତକା ଥିବାବେଳେ ଟିମ୍‌ ଇଣ୍ଡିଆକୁ ଦରକାର ଆଉ ୫ ଓ୍ବିକେଟ। ୫ମ ଦିନ ଖେଳ ରେମାଞ୍ଚକର ସ୍ଥିତିରେ ଥିବାବେଳେ ଆସିଛି ବଲ୍‌ ଟାମ୍ପରିଂର ଅଭିଯୋଗ।

ରବିବାର ଦିନ ଖେଳ ଚାଲିଥିବା ସମୟରେ ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଇଂଲଣ୍ଡ ଖେଳାଳି ଜୋତା ଦ୍ବାରା ବଲଟିକୁ ଦାବୁଛନ୍ତି ଓ ଜୋତାରେ ଲାଗିଥିବା ସ୍ପାଇକ୍ସରେ ବଲ ଘଷିବାକୁ ଚେଷ୍ଟା କରୁଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ୪ର୍ଥ ଦିନ ଖେଳର ଦ୍ବିତୀୟ ସେଶନର ବୋଲି ଜଣା ପଡ଼ିଛି।

ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହଓ୍ବାଗ ଏକ ଫଟୋ ଟ୍ବିଟ୍‌ କରି କହିଛନ୍ତି ଯେ, ଏ କ’ଣ ହେଉଛି। କ’ଣ ଇଂଲଣ୍ଡ ଖେଳାଳି ବଲ୍‌ ଟାମ୍ପରିଂ କରୁଛନ୍ତି ନା କୋଭିଡରୁ ବଞ୍ଚିବାର ଉପାୟ ଆପଣାଉଛନ୍ତି। ସେହଓ୍ବାଗ କରିଥିବା ଟ୍ବିଟରେ ଦେଖବାକୁ ମିଳିଛି ଯେ, ଇଂଲଣ୍ଡ ଖେଳାଳି ତାଙ୍କ ଜୋତାରେ ବଲକୁ ଦବେଇବାକୁ ଚେଷ୍ଟା କରିଛନ୍ତି। କେବଳ ସେହଓ୍ବାଗ ନୁହେଁ ଆକାଶ ଚୋପ୍ରାଙ୍କ ଭଳି ଆହୁରି କେତେ ପୂର୍ବତନ ଖେଳାଳି ଏହା ବଲ୍‌ ଟାମ୍ପରିଂ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.