Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହେଲେ ସୁସ୍ମିତା ଦେବ

କୋଲକାତା: ସମ୍ପର୍କରେ ଲାଗିଲା ବିରାମ। କଂଗ୍ରେସର ହାତ ଛାଡ଼ି ତୃଣମୂଳରେ ସାମିଲ ହେଲେ ସୁସ୍ମିତା ଦେବ। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିଏମସିରେ ଯୋଗ ଦେଇଛନ୍ତି ସୁସ୍ମିତା। ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନ୍‌ଙ୍କ ଉପସ୍ଥିତିରେ ତୃଣମୂଳ ଶିବିରରେ ସାମିଲ ହୋଇଛନ୍ତି ସୁସ୍ମିତା।

ସୂଚନାଯୋଗ୍ୟ, ସୁସ୍ମିତା ଦେବ ମହିଳା କଂଗ୍ରେସର ଜାତୀୟ ସଭାପତି ତଥା ପୂର୍ବତନ ସାଂସଦ ଥିଲେ। କଂଗ୍ରେସ ପାଇଁ ସୁସ୍ମିତା ଦେବଙ୍କ ଇସ୍ତଫା ବଡ ଝଟକା ବୋଲି କୁହାଯାଉଛି। ସେ ରବିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଅଲ ଇଣ୍ଡିଆ ମହିଳା କଂଗ୍ରେସର ସଭାପତି ଥିବା ସୁସ୍ମିତା ଦେବ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଛନ୍ତି। ପ୍ରଥମେ ସେ ଦଳର ହ୍ୱାଟସ୍ ଆପ୍ ଗ୍ରୁପ୍ ଛାଡିଥିଲେ। ଦଳରୁ ଇସ୍ତଫା ଦେବା ପୂର୍ବରୁ ସୁସ୍ମିତା ଦେବ ଟ୍ୱିଟର ଆକାଉଣ୍ଟରେ ନିଜର ବାୟୋ ବଦଳାଇ ପୂର୍ବତନ କଂଗ୍ରେସ ନେତ୍ରୀ କରିଦେଇଥିଲେ। ସୁସ୍ମିତା ଦେବଙ୍କ ଇସ୍ତଫା ଉପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଦଳ କନ୍ଦଳର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳର ନେତାଙ୍କ ଯନ୍ତ୍ରଣା ସୁସ୍ମିତା ଦେବଙ୍କ ଇସ୍ତଫା ସହ ସାମ୍ନାକୁ ଆସିଛି। ଭେଟେରାନ କଂଗ୍ରେସ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ।

Leave A Reply

Your email address will not be published.