Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍‌ ଲଞ୍ଚ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି। ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’। ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ। ପ୍ରତିଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ମୁତାବକ, ରାଜଧାନୀ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଅପରେସନ ଆରମ୍ଭ ହୋଇଛି। ବସ୍ତି ପିଲା ଡ୍ରଗ୍ସ ଖାଇ ଅପରାଧରେ ଲିପ୍ତ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ, ଆଜି ଜଳେଶ୍ୱରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ୨ କେଜି ୪୦୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ଏଥିସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.