Odisha Link
Bridging the Missing Links in Odisha

+୨ ରେଜଲ୍ଟକୁ ନେଇ ସିଏଚଏସଇ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଯୁକ୍ତ୨ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ। ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଏଥିସହ ସିଏଚଏସଇ କାର୍ଯ୍ୟାଳୟ ଘେରି ସିଏଚଏସଇ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ।

ଗତବର୍ଷ ଯୁକ୍ତ ଦୁଇରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନେ ଦଶମ ଶ୍ରେଣୀ ଆଧାରରେ ଯୁକ୍ତ ଦୁଇ ମାର୍କ ଦେବାକୁ ଦାବି କରିଛନ୍ତି। ସିଏଚଏସଇ ମନ ଇଚ୍ଛା ମାର୍କ ଦେଇ କାହାକୁ ଫେଲ୍ କରିଛି ତ କାହାର ମାର୍କ ଉଇଥହେଲ୍ଡ କରିଛି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।

ଏନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଛାତ୍ରଛାତ୍ରୀ ଓ ଅବିଭାବକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.