Odisha Link
Bridging the Missing Links in Odisha

ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଲଗାତାର ଭାବେ ୫ ଦିନ ବନ୍ଦ ରହିବ। ଏହି ଏହି ଛୁଟିଦିନ ସବୁ ରାଜ୍ୟରେ ଲାଗୁ ହେବନାହିଁ। ତେବେ ଆସନ୍ତୁ ଜାଣିବା ଆଗାମୀ ୫ ଦିନ ପାଇଁ କେଉଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ…

ଅଗଷ୍ଟ ୧୯ରେ ମହରମ୍ (ଅସୁରା) ପାଇଁ ଅଗରତାଲା, ଅହମ୍ମଦାବାଦ, ବେଲାପୁର, ଭୋପାଳ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲଖନଉ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର, ରାଞ୍ଚି ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

ଅଗଷ୍ଟ ୨୦ରେ ମହରମ / ପ୍ରଥମ ଓଣମ ପାଇଁ ବେଙ୍ଗାଲୁର, ଚେନ୍ନାଇ, କୋଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ। ଅଗଷ୍ଟ ୨୧ରେ ଥିରୁଓଣମ୍- କୋଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଅଗଷ୍ଟ ୨୨- ରବିବାର ଓ ରକ୍ଷା ବନ୍ଧନ ପାଇଁ ସବୁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୨୩ରେ ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ପାଇଁ କୋଚ୍ଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

Leave A Reply

Your email address will not be published.