Odisha Link
Bridging the Missing Links in Odisha

ଓଡ଼ିଶାରୁ ଫେରିଲେ ଭାରତୀୟ ହକି ଟିମ୍

ଭୁବନେଶ୍ବର: ଓଡ଼ିଶାରୁ ଫେରିଲେ ଭାରତୀୟ ହକି ଟିମ୍। ଗତକାଲି ପୁରୁଷ ହକି ଦଳ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିବା ଭାରତୀୟ ହକି ଖେଳାଳିମାନେ ଗତକାଲି ଓଡ଼ିଶାରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହକି ଦଳର ଅବଦାନକୁ ଭୂୟଶୀ ପ୍ରଂଶସା କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆକୁ ୫୦ ଲକ୍ଷ ଟଂକା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଉଭୟ ପୁରୁଷ ଓ ମହିଳା ଦଳର ସମସ୍ତଙ୍କୁ ୧୦ ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.