Odisha Link
Bridging the Missing Links in Odisha

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ୍

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। ପୋଲିସ ଦୀର୍ଘ ଗୋଟିଏ ମାସ ଧରି ତଦନ୍ତ କରି ବିଫଳ ହୋଇଥିବା ବେଳେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣା ସହ ଜଡିତ ଜଣଙ୍କୁ ଜଣଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଏହାରି ମଧ୍ୟରେ ଏକ ପଡ଼ କଥା ସାମ୍ନାକୁ ଆସିଛି।

ବନ ବିଭାଗ କର୍ମଚାରୀମାନଙ୍କୁ କ୍ରାଇମବ୍ରାଞ୍ଚ ଜେରା ପରେ ଚାଞ୍ଚଲ୍ୟକର ବୟାନ ଆସିଛି। ଘଟଣା ଦିନ ଡିଏଫଓଙ୍କ ବାସଭବନରେ ଜିଲ୍ଲାପାଳଙ୍କ ଉପସ୍ଥିତିର ସାମ୍ନାକୁ ଆସିଛି। ଜିଲ୍ଲାପାଳଙ୍କ ଉପସ୍ଥିତି ସ୍ପଷ୍ଟ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଏଥିସହ ସବୁ ଜାଣିଶୁଣି ପୋଲିସ ଚାପରେ ତଦନ୍ତକୁ ବାଟବଣା କରୁଥିଲା ବୋଲି ଚର୍ଚ୍ଚା ହେଉଛି।

ଆଗକୁ ଚାପି ହୋଇଥିବା ଅନେକ ତଥ୍ୟ ବାହାରକୁ ଆସିବାର ସମ୍ଭାବନା ରହିଛି। ଆଜି ତଦନ୍ତର ୫ମ ଦିନରେ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.