Odisha Link
Bridging the Missing Links in Odisha

କୋଭିଡ୍ ପରିଚାଳନାରେ ନବୀନ ନମ୍ବର-୧ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଣି ନମ୍ବର-୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶରେ ନମ୍ବର-୧ ମୁଖ୍ୟମନ୍ତ୍ରୀ ହୋଇ ପୁଣି ଚର୍ଚ୍ଚାରେ ନବୀନ ପଟ୍ଟନାୟକ। ଏଥର କୋଭିଡ-୧୯ ପରିଚାଳନାରେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ନିକଟରେ ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍‌ ଅଫ୍‌ ଦି ନେସନ ସର୍ଭର ରିପୋର୍ଟ। ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ।

ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ଥିବା ବେଳେ ଦେଶରେ ଦ୍ବିତୀୟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଓ ତାଙ୍କ ପରେ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ବାସ୍ତବରେ ସତ। ଦାରିଦ୍ର୍ୟ ଦୂରୀକରଣ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ଯ୍ୟୟ ପରିଚାଳନା, ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରେକର୍ଡ, ସବୁଥିଲେ ସେ ଶୀର୍ଷରେ।

Leave A Reply

Your email address will not be published.