Odisha Link
Bridging the Missing Links in Odisha

ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ପ୍ରବେଶିକା ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା। ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଦେଇ ନ ଥିବାରୁ ସୁପ୍ରିମକୋର୍ଟ ଭାରତୀୟ ସେନାକୁ ନିନ୍ଦା କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ସେନାର “ନୀତିଗତ ନିଷ୍ପତ୍ତି” ଲିଙ୍ଗଗତ ଭେଦଭାବ ବୋଲି କହିଛନ୍ତି। ଏଥିସହ ସେପ୍ଟେମ୍ବର ୫ ରେ ଧାର୍ଯ୍ୟ ହୋଇଥିବା ଏନଡିଏ ପରୀକ୍ଷା ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଆପେକ୍ସ କୋର୍ଟ କହିଛନ୍ତି, ଯେ ଆଡମିଶନ କୋର୍ଟର ଅନ୍ତିମ ନିର୍ଦ୍ଦେଶ ଅନୁଯାୟୀ ହେବ।

ମହିଳାମାନେ ଏନଡିଏ ପ୍ରବେଶିକା ପରୀକ୍ଷାରେ ବସିବା ପାଇଁ ଅନୁମତି ମାଗି କୁଶ କାଲ୍ରାଙ୍କ ଦ୍ବାରା ଏକ ଲିଖିତ ଆବେଦନ କରାଯାଇଥିଲା। ଏହି ପିଟିସନରେ ଭାରତର ସମ୍ବିଧାନର ଧାରା ୧୪, ୧୫, ୧୬ ଏବଂ ୧୯ ର ଉଲ୍ଲଂଘନ ପ୍ରସଙ୍ଗ ଉଠିଥିଲା।

ଶୁଣାଣି ସମୟରେ କେନ୍ଦ୍ର କହିଛି, “ମହିଳାମାନଙ୍କୁ ରୋଜଗାର ପାଇଁ ଖୋଲା ଯାଇଥିବା ରାସ୍ତାରେ ସଶସ୍ତ୍ର ବାହିନୀରେ ସମାନ ସୁଯୋଗ ଦିଆଯାଉଛି। କେବଳ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ପୁରୁଷ ଏବଂ ମହିଳାଙ୍କ ପାଇଁ ଉପଲବ୍ଧ ପ୍ରବେଶ ଧାରା ଯୋଗୁଁ କୌଣସି ମୌଳିକ ଅଧିକାରର ଉଲ୍ଲଂଘନ ନାହିଁ।”

Leave A Reply

Your email address will not be published.