Odisha Link
Bridging the Missing Links in Odisha

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ ଜାନୁଆରୀ ୧୭ ତାରିଖରେ ଏକ ବଡ ହୋଟେଲରେ ହୋଇଥିଲା। ଉଭୟ ସାଂସଦ ଏବଂ ତାଙ୍କ ସ୍ତ୍ରୀ ହୋଟେଲରେ ରହୁଥିଲେ। ତାଙ୍କ କୋଠାର ପୁନଃ ନବୀକରଣ ହେଉଥିବାରୁ ଉଭୟ ହୋଟେଲରେ ରହୁଥିଲେ ବୋଲି ଜଣାପଡ଼ିଥିଲା। ତେବେ ସୁନନ୍ଦା ମୃତ୍ୟୁବରଣ କରିବାର କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ଜଣେ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସମ୍ପର୍କ ଅଛି।

ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୋଲିସ ଶଶି ଥରୁରଙ୍କ ନାମରେ ଧାରା ୩୦୭,୪୯୮ (ଏ) ରେ ମାମଲା ରୁଜୁ କରିଥିଲା। ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଓ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିବା ଭଳି ଅଭିଯୋଗ ଦାଖଲ କରିଥିଲା ଦିଲ୍ଲୀ ପୋଲିସ। ନନ୍ଦା ଆତ୍ମହତ୍ୟା କରିବା ଏବଂ ନିର୍ଯାତନା ଦିଆଯାଇଥିବା ନେଇ ମାମଲା ଦାୟର କରିଥିଲା ପୁଲିସ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଅନୁଯାୟୀ ପୁଲିସ ଏ ସଂକ୍ରାନ୍ତରେ ଦାୟର କରିଥିବା ଚାର୍ଜସିଟରେ ଏହାର ପ୍ରମାଣ ନାହିଁ। ଏମ୍ସ ମେଡିକାଲ ବୋର୍ଡ ୨୯ ସେପ୍ଟେମ୍ବର ୨୦୧୪ରେ ସୁନନ୍ଦାଙ୍କ ମୃତ୍ୟୁ ରିପୋର୍ଟକୁ ଦିଲ୍ଲୀ ପୁଲିସ ନିକଟରେ ଦାଖଲ କରିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ସୁନନ୍ଦା ବିଷକ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.