ରାଜଧାନୀରେ ଡ଼େଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ ୧୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଚାଲିଛି ଡେଙ୍ଗୁ। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ହଜାର ୪୭୦କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ସୁଦ୍ଧା ୧ ହଜାର ୩୬ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୦ ରହିଛି। ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୨୦ ହଜାର ୨୬୯ଟି ଘରେ ମୋଟ ୮୬ହଜାର ୪୩୭ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୫୨ ହଜାର ୩୫୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୫୩ ହଜାର ୬୬୪ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି।