Odisha Link
Bridging the Missing Links in Odisha

ପୁଣି କାବୁଲ ବିମାନବନ୍ଦରରେ ଫୁଟିଲା ଗୁଳି

କାବୁଲ: କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପୁଣି ଫୁଟିଲା ଗୁଳି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଛି। ଗ୍ରେନେଡ୍ ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି। ତାଲିବାନୀଙ୍କ ଫାୟାରିଂର ଶବ୍ଦ ଶୁଣି ଜୀବନ ବଂଚାଇବା ପାଇଁ ଏଣେତେଣେ ଲୋକେ ଦୌଡୁଥିବା ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ତାଲିବାନର କାବୁଲ କବଜା କରିବା ପରେ ଏୟାରପୋର୍ଟରେ ଲୋକଙ୍କ ଭିଡ ଜମିଥିଲା । ଆଫଗାନିସ୍ତାନ ଛାଡିବା ପାଇଁ ଲୋକଙ୍କ ଗହଳି ହୋଇଥିଲା। ବିମାନରେ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିମାନ ବନ୍ଦର ବାହାରେ ମଧ୍ୟ ସେତେବେଳେ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା। ରାତିରେ ଏହି ଦୃଶ୍ୟ କାବୁଲ ଏୟାରପୋର୍ଟର ଉତ୍ତର ଗେଟ୍ର ବୋଲି କୁହାଯାଉଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.