Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ସହିଦ, ଜଣେ ଆତଙ୍କୀ ମୃତ

ଜମ୍ମୁ: ଜମ୍ମୁ ନିକଟତର ରଜୋରୀରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟରେ ଜେଣ ଜେସିଓ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଥାନାମଣ୍ଡି କ୍ଷେତ୍ରରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷା ବଳର ଏକ ସଂଯୁକ୍ତ ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ସେନା ପକ୍ଷରୁ ବି ଗୁଳି ଚଳାଯାଇଥିଲା।

ସେନାର ପ୍ରବକ୍ତା ଲେପ୍ଟଟାଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, ଏହି ସଂଘର୍ଷରେ ରାଷ୍ଟ୍ରୀୟ ରାଇଫଲର ଜଣେ ଜେସିଓଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏହାସହ ସେନା ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି।

ଅଗଷ୍ଟ ୬ରେ ସୁରକ୍ଷା କର୍ମୀମାନେ ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଏହାପରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ରଜୋରୀ ଅଞ୍ଚଳକୁ ପଳାଇଯାଇଥିଲେ। ଗୁଇନ୍ଦା ବିଭାଗର ସୂଚନା ମୁତାବକ ଏହି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ଓ ଲସ୍କର ଇ- ତୋଇବା ସଂଗଠନ ସହ ଜଡିତ। ସେମାନେ ଆଇଇଡି ଲଗାଇ ଜମ୍ମୁ ସଂଭାଗ ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।

Leave A Reply

Your email address will not be published.