Odisha Link
Bridging the Missing Links in Odisha

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହେବା ପରେ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା। ୮୪ ଦିନ ଧରି ତାଙ୍କର ଏକମୋ ମେସିନ୍ ମାଧ୍ୟରେ ଚିକିତ୍ସା ଚାଲିଥିଲା। ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା।

କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ମେ’ ମାସ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆଜି ସନ୍ଧ୍ୟା ୬ଟାରେ ତାଙ୍କ ମର ଶରୀର ହାଇଦ୍ରାବଦରୁ ଭୁବନେଶ୍ୱରରେ ଆସି ପହଂଚିବ। ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ। ସଂଗ୍ରାମ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ।

Leave A Reply

Your email address will not be published.