Odisha Link
Bridging the Missing Links in Odisha

ଫାଟିଲା ଗ୍ୟାସ୍ ଟାଙ୍କି, ୭ ଗୁରୁତର

ବାଣପୁର: ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି। ଗ୍ୟାସ୍ ଟାଙ୍କି ଫାଟି ୭ ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ।

ସୂଚନାଯୋଗ୍ୟ, ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ରୋଷେଇ କରିବା ବେଳେ ହଠାତ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଗମ୍ଭାରୀମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ତେବେ ଗ୍ୟାସ୍ ଟାଙ୍କି କିଭଳି ଫାଟିଲା ତାହା ସ୍ପଷ୍ଟ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.